ଦଳରୁ ବାହାରି ସୌମ୍ୟ ସମାଲୋଚନା କରନ୍ତୁ : ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର – ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପୁଣି ବିଜେଡିର ଟାର୍ଗେଟ । ବିଧାୟକ ଅରୁଣ ସାହୁ ଓ ମନ୍ତ୍ରୀ ଅତନୁଙ୍କ ପରେ  ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଖଣ୍ଡପଡ଼ା ବିଧାୟକଙ୍କୁ ଘେରିଛନ୍ତି । ପ୍ରତାପ ଦେବ କହିଛନ୍ତି ଯେ, ସୌମ୍ୟ ବିଜେଡି ବିଧାୟକ ହୋଇ ମଧ୍ୟ ନିରନ୍ତର ନିଜ ଦଳ ଓ ସରକାରକୁ ସମାଲୋଚନା କରୁଛନ୍ତି । ଯଦି ସମାଲୋଚନା କରିବାର ଅଛି, ତାହା ହେଲେ ଦଳରୁ ବାହାରିଯାଇ କରନ୍ତୁ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ସେ କହିଛନ୍ତି ଯେ, ୫-ଟି ସଚିବଙ୍କୁ ଗସ୍ତରେ ପଠାଉଥିବା ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ପୁଣି ସମାଲୋଚନା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ ।ସମାଲୋଚନା କରିବା ସୌମ୍ୟ ବାବୁଙ୍କର ବ୍ଲାକମେଲିଂ ପ୍ରାକ୍ଟିସ ବୋଲି ସେ କହିଛନ୍ତି। ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି ।

ଦଳରୁ ବାହାରି  ସମ୍ପାଦକୀୟ ଲେଖନ୍ତୁ ଓ ସମାଲୋଚନା କରନ୍ତୁ ବୋଲି ପ୍ରତାପ ଦେବ ଖଣ୍ଡପଡ଼ା ବିଧାୟକଙ୍କୁ ସମାଲୋଚନା କରି କହିଛନ୍ତି।

Comments are closed.