ମନ୍ତ୍ରୀ ପ୍ରତାପ ଦେବଙ୍କ ପ୍ରଶ୍ନ, ସୌମ୍ୟବାବୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି ନା ସମାଲୋଚନା କରୁଛନ୍ତି ?

ଭୁବନେଶ୍ୱର – ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା ପରେ ସେ ଦେଇଥିବା ବିବୃତି ଉପରେ ଜବାବ ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ପ୍ରେସମିଟରେ ପ୍ରତାପ ଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦେଖାପାଉନଥିବା ବୋଲି ସୌମ୍ୟବାବୁଙ୍କ କଥାରେ ସେ ଏକମତ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦେଖା କରୁଛନ୍ତି । ସୌମ୍ୟଙ୍କ ଏହି କଥା ଗ୍ରହଣୀୟ ନୁହେଁ। ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି ନା ସମାଲୋଚନା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ । ସେ ଅଭିଯୋଗ କରିଛନ୍ତି ଯେ, ସୌମ୍ୟବାବୁ ବିରୋଧୀଙ୍କ ଭାଷା କହୁଛନ୍ତି। ସେ ଉଦବେଗ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାନ୍ତୁ । ବିରୋଧୀଙ୍କ ସ୍ୱର ସହ ସୌମ୍ୟବାବୁଙ୍କ ସ୍ୱର ଏକାଭଳି କାହିଁକି ବୋଲି ଶକ୍ତିମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ପଦ ନମିଳିବାରୁ ଆପଣ ଏଭଳି କରୁଥିବା ଲୋକେ କହୁଛନ୍ତି । ସୌମ୍ୟ ପଟ୍ଟନାୟକ ଚିନ୍ତାଧାରା ସ୍ପଷ୍ଟ କରିବା ଦରକାର ।

ଯଦି ସେ ଶୁଭଚିନ୍ତକ ତାହାଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁହନ୍ତୁ ବୋଲି ଖଣ୍ଡପଡ଼ା ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ଶକ୍ତି ମନ୍ତ୍ରୀ। ଅନୁଶାସନ ଭଙ୍ଗ ହେଲେ ଦଳ ସଭାପତି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Comments are closed.