ବିଜେଡିରେ ରହି ଦଳକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି ସୌମ୍ୟ : ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର – ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଅମର ତାଙ୍କୁ ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ସୌମ୍ୟଙ୍କ ଆଭିମୁଖ୍ୟ କ’ଣ, ତାହା ସମସ୍ତେ ଜାଣନ୍ତି । ଦଳ ବିରୋଧରେ ସୌମ୍ୟ ବାରମ୍ବାର କାହିଁକି ମନ୍ତବ୍ୟ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟସଭା ସଦସ୍ୟ। ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ ଓ ଓଡ଼ିଶାବାସୀ କେବେ ବି ସୌମ୍ୟଙ୍କୁ ଏଥିପାଇଁ ବରଦାସ୍ତ କରିବେ ନାହିଁ ବୋଲି ଅମର ପଟ୍ଟନାୟକ କହିଛନ୍ତି।

Comments are closed.