ଘର ମୁଖିଆଙ୍କ ମୃତ୍ୟୁରେ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ, କୀଟନାଶକ ପିଇ ତିନି ଗୁରୁତର

ବରଗଡ଼ – ବରଗଡ଼ ଜିଲ୍ଲା ସୋହେଲା ରେ ଅଭାବନୀୟ ଘଟଣା। ସୋହେଲା ଥାନା ମାଷ୍ଟରପଡାରେ କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇପଡିଛନ୍ତି । ତିନି ଗୁରୁତରଙ୍କୁ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍ବର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି ସାହୁ, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଜି ଦିନ ୧୧ଟାରେ ଘର କବାଟ ବନ୍ଦ କରି କୀଟନାଶକ ପିଇ ଘରେ ଶୋଇପଡ଼ିଥିଲେ। କୌଣସି ସୂତ୍ରରୁ ପଡ଼ୋଶୀମାନେ ଖବର ପାଇ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ତିନି ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ମାନସିକ ଚାପଗ୍ରସ୍ତ ହୋଇ ଏମାନେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଜଣାପଡିଛି ଯେ,ଗତ ୬ ତାରିଖରେ ପରିବାରର ମୁଖିଆ ଅର୍ଜୁନ ସାହୁଙ୍କ ଦେହାନ୍ତ ହୋଇଯାଇଥିଲା। ଏହାପରେ ପୁରା ପରିବାର ଭାଙ୍ଗି ମାନସିକ ଚାପଗ୍ରସ୍ତ ହୋଇ ପଡିଥିଲେ ।

Comments are closed.