ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ପୁରୀ – ଓଡ଼ିଶାରେ ଖୁବ ଶୀଘ୍ର ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପୁରୀରୁ ରାଉରକେଲା ମଧ୍ୟରେ ଗଡିବାକୁ ଥିବା ଏହି ଟ୍ରେନର ଟ୍ରାଏଲ ରନ ଆରମ୍ଭ ହୋଇଛି । ଆଜି ପୁରୀରୁ ତାଳଚେର ଯାଏଁ ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଟ୍ରେନ୍ ।

ପୁରୀରୁ ସକାଳ ୯ଟା ୩୦ମିନିଟରୁ ବାହାରି ଦିନ ୧୨ ଟା ୩୦ରେ ତାଳଚେରରେ ପହଞ୍ଚିବ ଟ୍ରେନ୍ । ବର୍ତ୍ତମାନ ଓଡ଼ିଶା ଦେଇ କେବଳ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପୁରୀ -ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ହିଁ ଚଳାଚଳ କରୁଛି । ଅଧିକ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

Comments are closed.