ସେଲଫି ନେବା ବେଳେ ମହାନଦୀକୁ ଖସିପଡିଥିବା ୬୯ ବର୍ଷିୟ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସମ୍ବଲପୁର – ସେଲଫି ନିଶାରୁ ଜୀବନ ଯାଇଥାଆନ୍ତା । କିନ୍ତୁ ସୌଭାଗ୍ୟ କ୍ରମେ ବଞ୍ଚିଥିଲେ ୬୯ ବର୍ଷିୟ ବ୍ୟକ୍ତି । ଅଗ୍ନିଶମ କର୍ମଚାରୀ ଠିକ୍‌ ସମୟରେ ଦେବଦୂତ ସାଜି ବଞ୍ଚାଇଦେଲେ ଜୀବନ । ଆଜି ସକାଳେ ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀରେ ଖସିପଡ଼ିଥିବା ସୁରେନ୍ଦ୍ର ମୋହନ ମିଶ୍ର ମରଣମୁହଁରୁ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ସୁରେନ୍ଦ୍ରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ସୁରେନ୍ଦ୍ର ମୋହନ ମିଶ୍ର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ସେ ନିଜ ପରିବାର ସହ ଏସଆରଆଇଟି କଲୋନୀରେ ରୁହନ୍ତି। ଆଜି ସକାଳେ ସ୍କୁଟିରେ ଚାଉଁରପୁର ବ୍ରିଜ ଅତିକ୍ରମ କରୁଥିବା ବେଳେ ସେ ସେଲଫି ନେବାକୁ ଅଟକି ଯାଇଥିଲେ । ସେଲଫି ନେଉଥିବା ବେଳେ ନିୟନ୍ତ୍ରଣ ହରାଇ ସେ ମହାନଦୀକୁ ଖସିପଡିଥିଲେ । ମାତ୍ର ନଦୀ ସ୍ରୋତରେ ଭାସୁ ଭାସୁ ଏକ ବଡ଼ ଘାସ ବୁଦା ହାତରେ ବାଜିବାରୁ ତାହାକୁ ଧରି ରହି ସେ ରହି ଯାଇଥିଲେ। ପରେ ସୂଚନା ପାଇଁ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

Comments are closed.