ଓଲଟିଲା କାଠ ବୋଝେଇ ଟ୍ରକ୍, ଯାତାୟତ ବାଧାପ୍ରାପ୍ତ

ବୈପାରିଗୁଡା – ଓଲଟି ପଡ଼ିଲା କାଠ ବୋଝେଇ ଟ୍ରକ । ମାଲକାନଗିରି ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ନିକଟସ୍ଥ କଶିଗାଡ ପୋଲ ଉପରେ ଆନ୍ଧ୍ରପ୍ରଦେଶର ଭଦ୍ରାଚଳମ ଯାଉଥିବା ଏକ କାଠ ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ରାସ୍ତା ଜାମ ହୋଇଛି । ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ଏକ ପ୍ରକାର ବନ୍ଦ ହୋଇଯାଇଛି। ଗତକାଲି ରାତି ୧୧ଟା ଠାରୁ ବର୍ତ୍ତମାନ ସୁଦ୍ଧା ରାସ୍ତା ଜାମ୍ ଲାଗି ରହିଛି। ଘଟଣାସ୍ଥଳରେ ବୈପାରିଗୁଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯାତାୟତ ସ୍ୱାଭାବିକ କରିବା ଜାରି ରଖିଛନ୍ତି।

Comments are closed.