ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ପଥର, ରାସ୍ତା ଅବରୋଧ

ପାରଳାଖେମୁଣ୍ଡି – ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ପାହାଡ ଧସିଛି।ବଡ଼ ବଡ଼ ପଥର ଖସିବାରୁ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗତ ୩ -୪ ଦିନ ହେବ ଗୁମ୍ମାରେ ବର୍ଷା ହେଉଛି। ଆଜି ସକାଳୁ ବି ପ୍ରବଳ ବର୍ଷା ଲାଗି ରହିଥିଲା। ଏଥିଯୋଗୁଁ କୁଜାସିଂ-ଅଢ଼େଇ ଗାଁକୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ଯାଇଥିଲା । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିଲା ।
ପାହାଡ ଧସିବା ଯୋଗୁ ସେହି ପିଚୁ ରାସ୍ତାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି । ଏନେଇ ଗୁମା ବ୍ଲକ ବିଡିଓ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ସୂଚନା ଦିଆଯାଇଛି। ତୁରନ୍ତ ରାସ୍ତାରୁ ପଥର ହଟାଇ ରାସ୍ତା ସଫା କରିବାକୁ କୁହାଯାଇଛି।

Comments are closed.