ଏସଟିଏ ଠକେଇ ମାମଲାରେ କ’ଣ କହିଲେ ଗୋବିନ୍ଦାଙ୍କ ମ୍ୟାନେଜର ? 

ମୁମ୍ବାଇ – ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ ) ସଂପୃକ୍ତ ହଜାରେ କୋଟିରୁ ଅଧିକ ଠକେଇରେ ଅଭିନେତା ଗୋବିନ୍ଦାଙ୍କ କୌଣସି ଲିଙ୍କ୍ ନାହିଁ। ଗୋବିନ୍ଦା ଏସଟିଏର ବ୍ରାଣ୍ଡ ଆମ୍ବାସଡର ଥିଲେ । ତେଣୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା – ଇଓଡବ୍ଲୁ ତାଙ୍କୁ ପଚରାଉଚରା କରିବାକୁ ପ୍ରସ୍ତୁତ ହେଉଛି । ତେବେ, ଏହି ଘଟଣାକୁ ନେଇ ଗୋବିନ୍ଦା ପାଟି ଫିଟାଇ ନଥିବାବେଳେ ତାଙ୍କ ମ୍ୟାନେଜର ଶଶୀ ସିହ୍ନା କହିବା,  ଅନୁଯାୟୀ, ଏହି ଅଭିଯୋଗ ସହିତ ଗୋବିନ୍ଦାଙ୍କର କିଛି ଲିଙ୍କ ନାହିଁ। ଗୋବିନ୍ଦା ଏକ ଏଜେନ୍ସି ମାଧ୍ୟମରେ ଗୋଆରେ ଆୟୋଜିତ ଏସଟିଏର

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବାଦ ତାଙ୍କର କମ୍ପାନୀର ବିଜନେସ୍‌ ତଥା ବ୍ରାଣ୍ଡିଂ ସହ କୌଣସି ସମ୍ପର୍କ ନାହିଁ। ସେ କେବଳ କିଛି ପ୍ରମୋସନାଲ ଭିଡିଓ ସୁଟ୍‌ କରିଥିଲେ ବୋଲି ଶଶୀ ସିହ୍ନା କହିଛନ୍ତି।

Comments are closed.