ଆଜି ରାଜ୍ୟସଭାରେ ଆସିବ ମହିଳା ସଂରକ୍ଷଣ ବିଲ୍ , ନିଜ ସଦସ୍ୟଙ୍କୁ ହୁଇପ୍ ଜାରି କଲା ବିଜେଡି 

ନୂଆଦିଲ୍ଲୀ – ଆଜି ରାଜ୍ୟସଭାରେ ଆଲୋଚନା ଓ ଗୃହୀତ ହେବା ପାଇଁ ଆଗତ ହେବ ମହିଳା ସଂରକ୍ଷଣ ବିଲ୍। ନାରୀ ଶକ୍ତି ବନ୍ଦନ ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଉପରେ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ ନିଜର ସବୁ ସଦସ୍ୟଙ୍କୁ ହୁଇପ ଜାରି କରିଛି ବିଜେଡି । ଗୃହରେ ଉପସ୍ଥିତ ରହି ବିଲକୁ ସମର୍ଥନ ଜଣାଇବା ପାଇଁ ହୁଇପ୍ ଜାରି ହୋଇଛି । ଗତକାଲି ଲୋକସଭାରେ ଗୃହୀତ ହୋଇଥିଲା ମହିଳା ସଂରକ୍ଷଣ ବା ନାରୀ ଶକ୍ତି ବନ୍ଦନ ବିଲ୍ । ଏଥିରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ ମସିହାରେ ମହିଳା ସଂରକ୍ଷଣ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାରେ ଗୃହୀତ ହୋଇପାରିନଥିଲା।

Comments are closed.