ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପୋଲିସ ଉପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ, ବସରେ ଲଗାଇଲେ ନିଆଁ

ରାୟଗଡ଼ା – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଲଜ୍ଜାଜନକ ଘଟଣା। ଡଙ୍ଗାସିଲ ଆବାସିକ ସ୍କୁଲର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରୀଙ୍କୁ ନ୍ୟାୟ ଦାବିରେ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା ପଥର ମାଡ଼ ପୋଲିସ ବସ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ଏହି ଘଟଣାରେ ଅଭିଯୁକ୍ତ ପିଅନ ସମେତ ୬ ଜଣଙ୍କୁ ଅଟକ ରଖାଯାଇଛି । ଆଜି ପୀଡ଼ିତା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନା ହେବ । ରାୟଗଡ଼ା ଏସଡିପିଓଙ୍କ ତଦନ୍ତକୁ ଜୋରଦାର କରିଛନ୍ତି ।

Comments are closed.