ହୀରାକୁଦର ଆଉ ଦୁଇ ଗେଟ ଖୋଲିଲା, ୨୪ ଗେଟ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦକୁ ଉପରମୁଣ୍ଡରୁ ପ୍ରବଳ ପାଣି ଆସିବାରେ ଲାଗିଛି। ବର୍ତ୍ତମାନ ୩ ଲକ୍ଷ ୭୯ ହଜାର ୯୭୭ କ୍ୟୁସେକ ପ୍ରବେଶ କରୁଛି। ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷ ଆଉ ଦୁଇଟି ଗେଟ ଖୋଲିଛନ୍ତି। ମୋଟ ୨୪ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ମୋଟ ୩ ଲକ୍ଷ ୯୨ ହଜାର ୬୮୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଯୋଗୁଁ କ୍ରମାଗତ ୪ ଦିନ ହେଲା ଉପରମୁଣ୍ଡରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ୨୩.୪୬ ମିମି ବର୍ଷା ରେକର୍ଡ କରାଯାଇଛି। ସେପଟେ ଜଳସ୍ତର ସାମାନ୍ଯ ଖସି ୬୨୮. ୯୫ ଫୁଟ ରହିଛି।

Comments are closed.