କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରହମାନ ପାଇବେ ଦାଦାସାହେବ ଫାଲକେ ସମ୍ମାନ

ନୂଆଦିଲ୍ଲୀ – ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରହମାନ ପାଇବେ ଦାଦାସାହେବ ଫାଲକେ ସମ୍ମାନ। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି। ଦାଦାସାହେବ ଫାଲକେ ସମ୍ମାନ ହେଉଛି ଭାରତୀୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ। ୱା

ଷାଠିଏ ଓ ସତୁରୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ୮୫ ବର୍ଷିୟା ୱ।ହିଦା ରହମାନ ଗାଇଡ୍, ପ୍ୟାସା, କାଗଜ କେ ଫୁଲ୍ , ଚୈ।ଦଭି କା ଚାନ୍ଦ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ରହମାନ ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ଫିଲ୍ମ ରେଶମା ଔର ଶେରା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବି ହାସଲ କରିଥିଲେ ।

Comments are closed.