ଭୁବନେଶ୍ବର – ବିଧାନସଭାରେ ଆଜି ମଧ୍ୟ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୃହରେ ଲାଗି ରହିଛି ଅଚଳାବସ୍ଥା। ହଟ୍ଟଗୋଳ ସୃଷ୍ଟି ହେବାରୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।
ଆଜି ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିରୋଧୀ ବିଜେପି ଓ ଶାସକ ଦଳ ଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ପ୍ରଶ୍ନ ଅଗ୍ରାହ୍ୟ ହେଉଥିବା ପ୍ରସଙ୍ଗ ବିଜେପି ସଦସ୍ୟମାନେ ଉଠାଇଥିଲେ । ତେଣେ ଏମଏସପି ପ୍ରସଙ୍ଗ ଉଠାଇ ଶାସକ ବିଜେଡିର ସଦସ୍ୟମାନେ ବି ହଟ୍ଟଗୋଳ କରିଥିଲେ। ଫଳରେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଗୃହକାର୍ଯ୍ୟ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା।
Comments are closed.