ନିଖୋଜ ହେବାର ଦୁଇ ଦିନ ବିତିଲା, ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ତା ମିଳୁନି

କଟକ/ବ୍ରହ୍ମପୁର – ନିଖୋଜ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ କଟକ ଜିଲ୍ଲା ବଡ଼ମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁଙ୍କ ପତ୍ତା ମିଳୁନାହିଁ । ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି । ସିସିଟିଭି ଫୁଟେଜରେ ତପନ ସ୍ୱାଭାବିକ ଭାବେ ଗାଡି ଚଳାଉଥିବା ଦେଖାଯାଇଛି । ହେଲେ ସେ ହଠାତ କୁଆଡେ ଗାଏବ ହେଲେ, ସେ ନେଇ ଚର୍ଚ୍ଚା ହେଉଛି । ଏଣେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ନିଖୋଜ ତପନ ସାହୁ ବ୍ରହ୍ମପୁରର ବାସିନ୍ଦା। ୪ ମାସ ତଳେ ତାଙ୍କର ବିବାହ ହୋଇଥିଲା । ବଡ଼ମ୍ବା କାନାରା ବ୍ୟାଙ୍କ ଶାଖାରେ ଯୋଗଦେବା ପରେ ସେ ବଡ଼ମ୍ବାରେ ରହୁଥିଲେ । ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ । ଗତ ଶନିବାର ମଧ୍ୟ ତପନ ଘରକୁ ଯାଇଥିଲେ । ରବିବାର ଦିନ ଶ୍ୱଶୁର ଘରକୁ ଯାଇ ସେଠାରୁ ସେ ବଡ଼ମ୍ବା ଅଭିମୁଖେ ଆସୁଥିଲେ । ଅଧା ରାସ୍ତାରୁ ସେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ତାଙ୍କ ଫୋନ ସୁଇଚ ଅଫ ରହିଛି ।

Comments are closed.