ଏସୀୟ କ୍ରୀଡ଼ାରେ ଭାରତୀୟ ସୁଟରଙ୍କ ପଦକ ବର୍ଷା ଜାରି, ବିଶ୍ୱ ରେକର୍ଡ ସହ ସିଫ୍ଟ ଜିତିଲେ ସ୍ୱର୍ଣ୍ଣ, ଆଶିଙ୍କୁ ବ୍ରୋଞ୍ଜ

ହାଙ୍ଗଝୋ: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ସୁଟର ସୁନା ବର୍ଷା ଜାରି ରଖିଛନ୍ତି । ଭାରତ ବୁଧବାର ସୁଟିଂରେ ଜିତିଛି ଦ୍ବିତୀୟ ସ୍ବର୍ଣ୍ଣ । ମହିଳା ୫୦ ମିଟର ରାଇଫଲ୍ ୩ ପୋଜିସନ ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ସିଫ୍ଟ କୌର ସାମ୍ରା ବିଶ୍ୱ ରେକର୍ଡ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଆଉ ଜଣେ ଭାରତୀୟ ଆଶି ଚୌକସି ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଆଜି ୨୫ ମିଟର ରାପିଡ୍ ପିସ୍ତଲରେ ମଧ୍ୟ ଭାରତୀୟ ସୁଟର ମନୁ ଭାକର, ଇଶା ସିଂ ଏବଂ ରିଦିମ୍ ସାଙ୍ଗୱାନ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଏହାପୂର୍ବରୁ ୫୦ ମିଟର ଏୟାର ରାଇଫଲ ୩ ପୋଜିସନରେ ଭାରତର ଶିଫ୍ଟ କୌର, ମିନି କୌଶିକ ଓ ଆଶି ଚୋକସି ରୌପ୍ୟ ପଦକ ହାସଲ କରିଥିଲେ । ଚଳିତ ଏସୀୟ କ୍ରୀଡ଼ାରେ ଭାରତ ଏଯାବତ୍ ସୁଟିଂରେ ତିନି ସ୍ବର୍ଣ୍ଣ ସହ ମୋଟ ୯ ପଦକ ଜିତିଛି।

Comments are closed.