ମଣିପୁର ପୁଣି ଅଶାନ୍ତ, ରାଜ୍ୟ ବିଜେପି ସଭାପତିଙ୍କ ଘର ଉପରେ ଆକ୍ରମଣ

ଇମ୍ଫାଲ: ନିଖୋଜ ଦୁଇ ଛାତ୍ରଙ୍କ ହତ୍ୟା ପରେ ମଣିପୁର ପୁଣି ଅଶାନ୍ତ ହୋଇପଡିଛି । ଦୁଇ ଛାତ୍ରଙ୍କ ହତ୍ୟା ବିରୋଧରେ ରାଜଧାନୀ ଇମ୍ଫାଲ ସହ ରାଜ୍ୟର ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ତେଜିବାରେ ଲାଗିଛି । ଥୋବାଲ ଜିଲ୍ଲାରେ ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଏହାଛଡ଼ା ଇମ୍ଫାଲରେ ବିଜେପି ରାଜ୍ୟ ସଭାପତି ଶାରଦା ଦେବୀଙ୍କ ଘର ଉପରେ ଆକ୍ରମଣ ହୋଇଛି । ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷରେ ୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ବିକ୍ଷୋଭକାରୀଙ୍କ ଉପରେ ପୋଲିସ୍ ପେଲେଟ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ପୋଲିସ ଏକ ପ୍ରେସ ନୋଟ ଜାରି କରି କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ହିଂସା ମାମଲାରେ ୧୯୬୭ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଛାତ୍ରଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟନାଗର ତାଙ୍କ ଟିମ୍ ସହିତ ବୁଧବାର ଏକ ସ୍ୱତନ୍ତ୍ର ବିମାନରେ ଇମ୍ଫାଲରେ ପହଞ୍ଚିଛନ୍ତି । ହିଂସା ଦୃଷ୍ଟିରୁ ରାଜ୍ୟରେ ପୁଣି ଇଣ୍ଟରନେଟ ସେବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

Comments are closed.