ଓଡ଼ିଶା କୃଷକମାନଙ୍କ ସହାୟତା ପାଇଁ ସର୍ବଦା ପ୍ରସ୍ତୁତ ଥିଲେ ଏମ୍.ଏସ ସ୍ୱାମୀନାଥନ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ପ୍ରଖ୍ୟାତ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଲବର ଜନକ ଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଏମ୍.ଏସ ସ୍ୱାମୀନାଥନ ଅବଦାନ ଥିଲା , ଯାହା କି କୃଷକମାନଙ୍କ ଅବସ୍ଥାରେ ସୁଧାର ଆଣିଥିଲା । କୃଷକଙ୍କ ଉନ୍ନତି ପାଇଁ ସାରା ଜୀବନ ପ୍ରଚେଷ୍ଟାରତ ଥିଲେ । କୃଷିକ୍ଷେତ୍ରରେ ଟେକ୍ନୋଲୋଜିର ପ୍ରୟୋଗ ସହ କୃଷକମାନଙ୍କ ସଶକ୍ତିକରଣ ପାଇଁ ଉପଯୁକ୍ତ ସରକାରୀ ନୀତି ପ୍ରଣୟନ ଉପରେ ସ୍ୱାମୀନାଥନ ସର୍ବଦା ଜୋର୍ ଦେଉଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶା ସହ ସ୍ୱାମୀନାଥନଙ୍କ ସମ୍ପର୍କ ବିଷୟ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ପ୍ରାରମ୍ଭିକ ଗବେଷଣା ଓଡ଼ିଶାରେ ଆରମ୍ଭ କରିଥିଲେ । ରାଜ୍ୟର କୃଷକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ପାଇଁ ସେ ସର୍ବଦା ପ୍ରସ୍ତୁତ ଥିଲେ । ସ୍ୱାମୀନାଥନଙ୍କ ବିୟୋଗ କୃଷିକ୍ଷେତ୍ରରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି।

Comments are closed.