ବିଜେପି ସଦସ୍ୟଙ୍କ ବିଶୃଙ୍ଖଳିତ ଆଚରଣ, ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସପେଣ୍ଡ୍ ହେଲେ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ 

ଭୁବନେଶ୍ୱର – ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସଂଧ୍ୟାରେ ଗୃହ କାର୍ଯ୍ୟ ଜାରି ରହିଥିବା ବେଳେ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ ବିଜେପି ସଦସ୍ୟ । ଏ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଗୃହରୁ ନିଲମ୍ବିତ ଛନ୍ତି। ବିଧାନସଭାର ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ।

ଏଣେ ବିଜେପି ବିଧାୟକଙ୍କ ନିଲମ୍ବନ ନେଇ ବାଚସ୍ପତି କହିଛନ୍ତି ଯେ, ଗୃହର ନୀତି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ କ୍ଷୁବ୍ଧ ହୋଇଛି । ଗୃହର ମତ ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Comments are closed.