ହାଙ୍ଗଝୁ ଏସୀୟ କ୍ରୀଡା : ପୁରୁଷ ୫୦ ମିଟର ରାଇଫଲ ଥ୍ରୀପି ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ହାଙ୍ଗଝୁ – ହାଙ୍ଗଝୁ ଏସୀୟ କ୍ରୀଡାରେ ଆଜି ଭାରତକୁ ଆଉ ଗୋଟିଏ ସୁଟିଂ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ସ୍ବପ୍ନିଲ କୁଶାଲେ ଓ ଅଖିଲ ସେରାଓନ ଭାରତ ପାଇଁ ଏହି ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି।

ଆଜି ମହିଳା ବିଭାଗ ସୁଟିଂରେ ମଧ୍ୟ ଭାରତକୁ ଏକ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି।

Comments are closed.