ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର -ବିଧାନସଭା ମୌସୁମୀ ଅଧିବେଶନରେ ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରକେ ହିଁ ହଟ୍ଟଗୋଳ ସୃଷ୍ଟି ହୋଇଛି । ବିରୋଧୀ ବିଜେପି ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ପ୍ରଶ୍ନକାଳ ହୋଇ ପାରିନାହିଁ । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲ ବିଜେପି ବିଧାୟକ । ପର୍ଯ୍ୟଟନକ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉତ୍ତର ରଖୁଥିବା ବେଳେ ବିଜେପି ବିଧାୟକମାନେ ସ୍ଲୋଗାନ ଦେଇଥିଲେ । ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଥିଲେ ବିଜେପି ସଦସ୍ୟ । ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଦିନକର ବିରତି ପରେ ଆଜି ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଛି ।

ଆଜି ଗୃହରେ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି l

Comments are closed.