ସୁନ୍ଦରଗଡ଼ – ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଚିନ୍ତାର କାରଣ ହୋଇଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଓ ରାଜ୍ୟର ୬ ଜଣିଆ ଟିମ ସୁନ୍ଦରଗଡରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ଟିମ୍ ସିଡିଏମଓ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ଯିବାର କାର୍ଯ୍ୟକ୍ରମ ରହିଛି । ସେମାନେ ସିଡିଏମଓ ଡାକ୍ତର ଧରଣୀରଞ୍ଜନ ଶତପଥୀଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଛନ୍ତି। ଟିମରେ଼ ଡାକ୍ତର ସମୀର ଗୁଲାଟି, ଡାକ୍ତର ତୁଷାର ନାଲେ, ଡାକ୍ତର ବି. ଶାହ, ଡାକ୍ତର ଆରୁଷି ଘାଇ ପ୍ରମୁଖ ରହିଛନ୍ତି । ସେମାନଙ୍କ ସହ ରାଜ୍ୟର ୨ ବିଶେଷଜ୍ଞ ମଧ୍ୟ ଅଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି ।
Comments are closed.