ହାଙ୍ଗଝୁ ଏସୀୟ କ୍ରୀଡା : ମିକ୍ସଡ ଡବଲ୍ସ ଟେନିସରେ ଭାରତକୁ ସ୍ବର୍ଣ୍ଣ

ହାଙ୍ଗଝୁ – ହାଙ୍ଗଝୁ ଏସୀୟ କ୍ରୀଡାରେ ଭାରତ ହାସଲ କରିଛି ଆଉ ଏକ ସ୍ୱର୍ଣ୍ଣ ପଦକ । ମିକ୍ସଡ ଡବଲ୍ସ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭେଟେରାନ ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କ ଯୋଡ଼ି । ଫାଇନାଲରେ ଭାରତୀୟ ଯୋଡ଼ି ଚାଇନିଜ ତାଇପେଇ ଯୋଡ଼ିଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଏହା ହେଉଛି ଚଳିତ କ୍ରୀଡାରେ ଭାରତର ନବମ ସ୍ୱର୍ଣ୍ଣ ପଦକ। ଆଜି ସୁଟିଂରୁ ମଧ୍ୟ ଭାରତକୁ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତର ସରବଜୋତ୍ ସିଂହ ଓ ଟିଏସ ଦିବ୍ୟା ରୌପ୍ୟ ପଦକ ହାସଲ କରିଛନ୍ତି।

Comments are closed.