ବ୍ରାଣ୍ଡ ଅସଲି, ମାଲ୍ ନକଲି : ବ୍ରହ୍ମପୁରରେ ଲକ୍ଷ ଲକ୍ଷ ଟଙ୍କାର ନକଲି କସମେଟିକ ସାମଗ୍ରୀ ଜବତ

ବ୍ରହ୍ମପୁର -ନାମୀଦାମୀ ବ୍ରାଣ୍ଡର ନକଲି କସମେଟିକ ସାମଗ୍ରୀ ଜବତ । ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଣ୍ଡର ନକଲି ରୂପଚର୍ଯ୍ୟା ସାମଗ୍ରୀ ଜବତ କରି ବ୍ରହ୍ମପୁର ପୋଲିସ।

ବ୍ରହ୍ମପୁରରେ ଲ୍ୟାକ୍‌ମିର ନକଲି ପ୍ରକ୍ଟ ବିକ୍ରି ହେଉଥିଲା। ଏ ସମ୍ପର୍କରେ ହିନ୍ଦୁସ୍ଥାନ ୟୁନିଲିଭର ମାର୍କେଟ ଡିଟେକ୍ଟିଭ୍‌ ଏଜେନ୍ସି ପକ୍ଷରୁ ବଡ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଆଜି ଅପରାହ୍ନରେ ବ୍ରହ୍ମପୁର ଖାସ୍ପା ସାହିର ଓମ୍‌ ଷ୍ଟୋର, ଶ୍ରୀସାଇ ଟ୍ରେଡିଂ କୋ, ଭାପୁର ବଜାରର ମନ ପସନ୍ଦ, ବି-୨ ମଲ୍‌ ସ୍ଥିତ ଖୁସି ଲେଡିସ୍‌ କର୍ଣ୍ଣର ଉପରେ ଚଢ଼ଉ କରି ନକଲି କସମେଟିକ ସାମଗ୍ରୀ ଜବତ କରିଥିଲା। ଜବତ ନକଲି ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Comments are closed.