ବ୍ରିଜ ତଳକୁ ଝୁଲିଥିବା ବସ୍ କ୍ରେନ ଦ୍ୱାରା ସୁରକ୍ଷିତ ଉଠାଗଲା

ବାଙ୍କୀ – ଦୁର୍ଘଟଣାଗ୍ରସ୍ତ ହୋଇ ମହାନଦୀ ବ୍ରିଜ ତଳକୁ ଝୁଲି ରହିଥିବା ଏକ ଯାତ୍ରୀବାହୀ ବସକୁ ବ୍ରିଜରୁ ସୁରକ୍ଷିତ ଭାବେ କ୍ରେନ ଦ୍ୱାରା ଉଠାଇ ଦିଆଯାଇଛି । ଅନୁଗୋଳରୁ ଭୁବନେଶ୍ବର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜାତମୁଣ୍ଡିଆ – ସୁବର୍ଣ୍ଣପୁର ବ୍ରିଜରୁ ମହାନଦୀ ତଳକୁ ଝୁଲି ପଡ଼ିଥିଲା ବସ୍ । ବ୍ରିଜ ସୁରକ୍ଷା ବାଡ଼ ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା ବସ୍‌ଟି ପ୍ରାୟ ୧୦ ଫୁଟ ଆଗକୁ ମାଡ଼ି ଯାଇ ନଦୀକୁ ଝୁଲି ପଡ଼ିଥିଲା ।ସୁରକ୍ଷା ବାଡ଼ ମାଡ଼ରେ ବସ୍‌ର ଗୋଟିଏ ଆଗ ଚକ ବାହାରି ପଡିଥିଲା । ସୌଭାଗ୍ୟବଶତଃ ବସରେ ଥିବା ସମସ୍ତ ୬୦ ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ।ବସ୍‌ଟି ନଦୀକୁ ନ ଖସିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।

Comments are closed.