ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ସହ ବିଧାନସଭାର ମୌସୁମୀ ଅଧିବେଶନ ଦିନକ ଆଗରୁ ଶେଷ 

ଭୁବନେଶ୍ବର – ଦିନକ ଆଗରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଆଜି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ଗୃହୀତ ହୋଇଛି । ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ମୌସୁମୀ ଅଧିବେଶନ କାଳରେ ଅନ୍ୟ ୧୨ଟି ବିଲ୍‌ ମଧ୍ୟ ପାରିତ ହୋଇଛି । କିନ୍ତୁ ବିରୋଧୀଙ୍କ ଅସହଯୋଗ ଓ ହଟ୍ଟଗୋଳ ଯୋଗୁଁ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନି । ଅନେକ ଜନସ୍ବାର୍ଥ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇଥିବାରୁ ବାଚସ୍ପତି, ଉପବାଚସ୍ପତି ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ, ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ବିଲ୍‌, ନିଷ୍ଟ ଓ ସିଲିକନ ଏକକ ବିଶ୍ବବିଦ୍ୟାଳୟ ବିଲ୍‌, ଏସସି, ଏସଟି ସଂଶୋଧନ ବିଲ୍‌, ଓଡ଼ିଶା ଜିଏସଟି ସଂଶୋଧନ ବିଲ୍‌, ଭୂଅର୍ଜନ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ୍‌, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍‌ ଭଳି ୧୨ଟି ବିଲ୍‌ ଏହି ଅଧିବେଶନରେ ଗୃହୀତ ହୋଇଛି ।

Comments are closed.