ହାଙ୍ଗଝୁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ବିଜୟିନୀ ପାରୁଲ ଓ ଅନୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ହାଙ୍ଗଝୁ ଏସୀୟ କ୍ରୀଡାରେ ଆଥଲେଟିକ୍ସରେ ଆଜି ଭାରତୀୟ ଦଳକୁ ମିଳିଛି ଦୁଇଟି ସ୍ୱର୍ଣ୍ଣ ପଦକ । ମହିଳା ୫ ହଜାର ମିଟର ଦୌଡରେ ଭାରତର ପାରୁଲ ଚୌଧୁରୀ ଓ ମହିଳା ଜାଭେଲିନରେ ଅନୁ ରାଣୀ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୋୖରବ ଆଣିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରୁଲ ଓ ଅନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଗକୁ ମଧ୍ୟ ସେମାନେ ଏଭଳି ପ୍ରଦର୍ଶନ କରି ଦେଶ ପାଇଁ ଗୋୖରବ ଆଣନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.