ସାଇବର କ୍ରାଇମ, ଜନ ସଚେତନତା କାର୍ଯ୍ୟକ୍ରମ

ବରଗଡ:ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର କ୍ରାଇମ ପକ୍ଷରୁ ଏକ ରଥ ଡିଏପପି ନିବେଦିତା ସୋରେନଙ୍କ ନେତୃତ୍ବରେ ରେମଣ୍ଡା ଗ୍ରାମ ପରିକ୍ରମା କରି ଜନ ସଚେତନତା ବାର୍ତ୍ତା ପ୍ରଚାରିତ ହୋଇଥିଲା । ଭେଡେନ ଥାନାର ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାଶ, ଡିଏସପି ନିବେଦିତା ସୋରେନ, ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯଶୋବନ୍ତ ମେହେର କେମିତି ସାଇବର କ୍ରାଇମ ଠକାମି ରେ ନପଡ଼ିବେ, ମୋବାଇଲର ବ୍ୟବହାର, ଓଟିପି ସେଆର ବିଷୟରେ ବିସ୍ତୃତ ଭାବରେ ଅଧିକ ସୂଚନା ପ୍ରଦାନ କରିଥିଲେ ।ଏହି ସମୟରେ ଭେଡେନ ଥାନାର କନେଷ୍ଟବଲ ହରିଶ ଦାଶ ସାଇବର କ୍ରାଇମ ଉପରେ ଏକ ସୁନ୍ଦର କବିତା ପାଠ କରିଥିଲେ।

ଏହି ସାଇବର ସଚେତନତା କାର୍ଯ୍ୟକ୍ରମ ରେ ରେମଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଭେଡେନ ଥାନାର ସବଇନ୍ସପେକ୍ଟର ଦୟାନିଧି ପାତ୍ର, ଧନେଶ୍ଵର ସାହୁ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.