ଏକାଦଶ ଶ୍ରେଣୀ ପାଇଁ ଆସନ୍ତା ୪ରୁ ଅନଲାଇନ ଆଡମିଶନ ପ୍ରକ୍ରିୟା

ଭୁବନେଶ୍ୱର – ଶିକ୍ଷା ବର୍ଷ ୨୦୨୩ – ୨୪ର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଅନ୍‌ଲାଇନ୍ ଆଡମିଶନ ପ୍ରକ୍ରିୟା ସରିଲା ପରେ ମୋଟ ୫ , ୨୦ , ୯୨୦ ଆସନ ମଧ୍ୟରୁ ୪ , ୧୧ , ୮୨୬ ଜଣ ବିଦ୍ୟାର୍ଥୀ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇଛନ୍ତି । ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧୂ ଏକାଦଶ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି , ତାଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍ ଆଡମିଶନ ଆସନ୍ତା ୪ ତାରିଖଠାରୁ ଆରମ୍ଭ ହେବାକୁ ଯାଉଅଛି । ଇଚ୍ଛୁକ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍‌ସାଇଟ ମାଧ୍ୟମରେ ଆଡମିଶନ ସମ୍ପର୍କୀୟ ସବିଶେଷ ବିବରଣୀ ଜାଣିବା ସହିତ ଅନ୍‌ଲାଇନ୍ ଆବେଦନ କରିପାରିବେ । ଅକ୍ଟୋବର ୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଏହି ନାମଲେଖା ପ୍ରକ୍ରିୟାର ମେଧା ତାଲିକା ଆସନ୍ତା ୧୧ ତାରିଖରେ ସକାଳ ୧୧ଟାରେ ପ୍ରକାଶ ପାଇବ ଏବଂ ଏହାର ଆଡମିଶନ ପ୍ରକ୍ରିୟା ଅକ୍ଟୋବର ୧୩ ତାରିଖରୁ ୧୪ ତାରିଖ ମଧ୍ୟରେ ସମ୍ପାଦନ କରାଯିବ ।

ସେହିପରି ୱେଟିଂ ଲିଷ୍ଟରେ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କର ପଞ୍ଜିକରଣ ଓ ଆଡମିଶନ ଆସନ୍ତା ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ସମାପନ କରାଯିବ ।

Comments are closed.