ଅବସର ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ – ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅବସର ନେଇଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଗତକାଲି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ । ଜଷ୍ଟିସ ଶୁଭାଶିଷଙ୍କ ଅବସର ପରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଆଜିଠୁ ଦାୟିତ୍ବ ନେବେ ।

ସୂଚନାଯୋଗ୍ୟ ଯେ, ଜଷ୍ଟିସ ତାଳପତ୍ର ଏ ବର୍ଷ ଅଗଷ୍ଟ ୮ ତାରିଖରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୫୭ ଦିନ ପରେ ସେ ଅବସର ଗ୍ରହଣ କରିଛନ୍ତି ।

Comments are closed.