ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର – ରାଜ୍ୟରେ ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି ସରକାର । କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି। ପୂର୍ବ ମଜୁରୀଠାରୁ ବଢିଛି ଆଉ ୭ ଟଙ୍କା ।

ଏଣିକି ଅଣକୁଶଳୀ ଶ୍ରମିକ ଦୈନିକ ମଜୁରୀ ବାବଦରେ ପାଇବେ ୩୫୨ ଟଙ୍କା । ଅର୍ଦ୍ଧକୁଶଳୀଙ୍କୁ ମିଳିବ ଦୈନିକ ୩୯୨ ଟଙ୍କା । କୁଶଳୀ ଶ୍ରମିକ ୪୪୨ ଓ ଅତିକୁଶଳୀ ପାଇବେ ୫୦୨ ଟଙ୍କା । ଏ ନେଇ ଶ୍ରମ କମିଶନରଙ୍କ ପକ୍ଷରୁ ପ୍ରକାଶ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ନୂଆ ମଜୁରୀ ।

Comments are closed.