ଗୀତା ଉପଦେଶ : ସ୍ୱେଚ୍ଛାକୃତ ଭାବରେ ଯେଉଁ ଦାନ କରାଯାଇ ଥାଏ, ସେହି ଦାନ ବା ସେହିପରି ମନୋଭାବ ଶ୍ରେଷ୍ଠ ଅଟେ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦାନ ର ମହତ୍ତ୍ୱ ପ୍ରତିପାଦନ କରିବାକୁ ଯାଇ କହୁଛନ୍ତି –

ଯତ୍ତୁ ପ୍ରତ୍ୟୁପକାରାର୍ଥଂ ଫଳମୁଦ୍ଦିଶ୍ୟ ବା ପୁନଃ। ଦୀୟତେ ଚ ପରିକ୍ଲିଷ୍ଟଂ ତଦ୍ଦାନଂ ରାଜସଂ ସ୍ମୃତମ୍ ।

ଅର୍ଥାତ୍ କେହି ଦାନ ମାଗି ନ ଥିବା ସତ୍ତ୍ୱେ, ସ୍ୱେଚ୍ଛାକୃତ ଭାବରେ ଯେଉଁ ଦାନ କରାଯାଇ ଥାଏ, ଦାନ କରିବାର ସେହି ମନୋଭାବ ଶ୍ରେଷ୍ଠ ଅଟେ । କାହାର ଅନୁରୋଧ ରକ୍ଷାକରି ଦାନ ଦେବା, ଦ୍ୱିତୀୟ ଶ୍ରେଷ୍ଠ ମନୋଭାବ ଅଟେ । କାହାର ନିର୍ଦ୍ଦେଶରେ କୁଣ୍ଠିତ ଚିତ୍ତରେ, “ମୁଁ ଏତେ ଅଧିକ କାହିଁକି ଦେବି? କମ୍ ଦେଇ ମୁଁ ନିସ୍ତାର ପାଇଥାନ୍ତି,” ଇତ୍ୟାଦି ମନୋଭାବଯୁକ୍ତ ହୋଇ ଦାନ କରିବା ତୃତୀୟ ଶ୍ରେଣୀର ଦାନ ଭାବରେ ପରିଗଣିତ ହୁଏ । ଶ୍ରୀକୃଷ୍ଣ ଏହାକୁ ରାଜସିକ ଦାନର ଶ୍ରେଣୀଭୁକ୍ତ କରିଛନ୍ତି।

Comments are closed.