ଆଜି ଓଡ଼ିଶା ଆସିବ ସହିଦ ସରୋଜଙ୍କ ମରଶରୀର, ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର – ସିକିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ମର ଶରୀର ଆଜି ଜନ୍ମମାଟିକୁ ଆସିବ । ସରୋଜଙ୍କ ମରଶରୀର ସିକିମରୁ ପ୍ରଥମେ ଭୁବନେଶ୍ୱର ଆସିବ । ଏହାପରେ କାମାକ୍ଷାନଗରର କେନ୍ଦୁଢିପକୁ ନିଆଯିବ ସରୋଜଙ୍କ ପାର୍ଥିବ ଶରୀର। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୟଙ୍କର ବାଦଲଫଟା ବର୍ଷା ଜନିତ ବନ୍ୟାରେ ସରୋଜ ସହିଦ ହୋଇଥିଲେ । ଏ ନେଇ କଥା ତାଙ୍କ ପରିବାରକୁ ସେନା ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା। ୨୦୧୨ ମସିହାରେ ସରୋଜ ଭାରତୀୟ ସେନାରେ ଯୋଗ ଦେଇଥିଲେ। ନିକଟରେ ପଦୋନ୍ନତି ପାଇ ସେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ ।

Comments are closed.