ଆଉ ୨୫ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୩୫୫କୁ ବୃଦ୍ଧି

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୫ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପରୀକ୍ଷା କରାଯାଇଥିବା ୧୦୮ଟି ନମୁନା ମଧ୍ୟରୁ ୨୫ଟି ପିଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁଚରଣ ନାୟକ କହିଛନ୍ତି,ରୋଗ ପାଇଁ ଯଥେଷ୍ଟ ଔଷଧ ମହଜୁଦ ରହିଛି। ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି। ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଥିବା ସେ କହିଛନ୍ତି।

ଜିଲ୍ଲାର ସଦର ବ୍ଲକ୍‌ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.