ଏସୀୟ କ୍ରୀଡା ହକିରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ ଓ ଶୁଭେଚ୍ଛା 

ଭୁବନେଶ୍ୱର – ହାଙ୍ଗଝୁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଭାରତ ସ୍ୱର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି । ଭାରତୀୟ ଦଳ ଆଗକୁ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୈାରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ପ୍ରତିଯୋଗିତାଗୁଡିକ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ପ୍ରାୟୋଜିତ କରୁଛନ୍ତି। ଗତ ଟୋକିଓ ଅଲିମ୍ପିକ୍ସରେ ବ୍ରଓଞ୍ଜ ଜିତିଲା ପରେ ଏସୀୟ କ୍ରୀଡା ସ୍ୱର୍ଣ୍ଣ ଆଉ ଏକ ବିରାଟ ସଫଳତା । ଏହାଛଡା ଭାରତ ଏବର୍ଷ ଚେନ୍ନାଇରେ ଅନୁଷ୍ଠିତ ଏସିଆନ ଚାମ୍ପିଅନସ ଟ୍ରଫିରେ ଚାମ୍ପିୟନ ହୋଇଥିଲା ।

Comments are closed.