ଆଜିଠୁ ଯାତ୍ରୀ ସେବାରେ ଲକ୍ଷ୍ମୀ

 

ଭୁବନେଶ୍ୱର – ରାଜ୍ୟରେ ଯାତ୍ରୀ ପରିବହନ ସେବା ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ଯୋଜନା ଆଜିଠୁ ବିଧିବଦ୍ଧ ଭାବେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିବେ । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ଉନ୍ନତମାନର ବସ୍ ସେବା ମିଳିପାରିବ। ଯେଉଁ ଗ୍ରାମଗୁଡିକୁ ବ୍ଲକ ସଦରରୁ ବସ୍ ସେବା ନଥିଲା, ସେହି ଗ୍ରାମଗୁଡିକୁ ଲୋକେ ଆରାମରେ ଯାତାୟତ କରିପାରିବେ । ଲକ୍ଷ୍ମୀ ବସ୍ ସେବା ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଆଜି ମାଲକାନଗିରି ଯାଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସକାଳ ପ୍ରାୟ ୧୧ଟାରେ ହେଲିକପ୍ଟର ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା ଦେଖାଇ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Comments are closed.