ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡ଼ିଲେ ଡାକ୍ତର

ଜଗତସିଂହପୁର – ପାରାଦୀପ ସ୍ୱାସ୍ଥ୍ୟ ଅଫିସ- ପିଏଚଓରେ ଆଜି ସିବିଆଇ ଚଢ଼ଉ କରିଛି । ଏମିନେନ୍ସ ସିପିଂ କମ୍ପାନୀଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପିଏଚଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଧରିଛି ସିବିଆଇ । ପାରାଦୀପର ଭୂୟାଁ ଛକରେ ଥିବା ପିଏଚଓ କାର୍ଯ୍ୟାଳୟରେ ଏମିନେନ୍ସ ସିପିଂଠାରୁ ରାଜେନ୍ଦ୍ର ଟଙ୍କା ନେଉଥିବା ବେଳେ ହଠାତ୍ ସିବିଆଇ ଅଧିକାରୀମାନେ ଚଢ଼ଉ କରିଥିବା ସୂଚନା ମିଳିଛି । କୋଭିଡ୍ କଟକଣା ପରଠାରୁ ସମୁଦ୍ରରେ ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜ କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପିଏଚଓ ଅଧିକାରୀଙ୍କ ରିପୋର୍ଟ ଉପରେ ହିଁ ଜାହାଜ ଗୁଡ଼ିକ ବନ୍ଦର ମଧ୍ୟକୁ ପ୍ରବେଶ କରିବ କି ନାହିଁ ସ୍ଥିର କରାଯାଏ। କୋଭିଡ କ୍ଲିୟରାନସ ପାଇଁ ରାଜେନ୍ଦ୍ର ଜାହାଜର ଚାଳକ ଦଳ ସଦସ୍ୟଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ ଧରିଥିଲେ । ପିଏଚଓ ପାରାଦୀପ ବନ୍ଦର ପ୍ରଶାସନ ଅଧୀନରେ ଅଛି ।

* ୫୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ହେଲଥ୍ ଅଫିସର
* ପବ୍ଲିକ ହେଲଥ୍ ଅଫିସର ଆର୍.ଏନ୍ ପାଣିଗ୍ରାହୀ ଧରାପଡ଼ିଲେ
* କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଲାଞ୍ଚ ନେଉଥିଲେ

Comments are closed.