ମହାଳୟା ପାଇଁ ସବୁ ସ୍କୁଲ ଛୁଟି ରହିବ, ଏଥର ଅକ୍ଟୋବର ୨୦ରୁ ୨୯ ଦଶହରା ଛୁଟି

ଭୁବନେଶ୍ୱର – ପବିତ୍ର ମହାଳୟା ପାଇଁ ଅକ୍ଟୋବର ୧୪ ତାରିଖ ଶନିବାର ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏ ନେଇ ଘୋଷଣା କରିଛି । ଏଥର ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥର ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ୮ ଦିନ ହେବ । ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ଦଶହରା ଛୁଟି ଘୋଷଣା କରିଛି ଗଣଶିକ୍ଷା ବିଭାଗ ।

Comments are closed.