ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ବିଜୟ

ଚେନ୍ନାଇ: ବିଶ୍ୱକପ୨୦୨୩ରେ ଜୟଯାତ୍ରା ଜାରି ରଖିଛି ନ୍ୟୁଜିଲାଣ୍ଡ । ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ବାଂଲାଦେଶକୁ ହରାଇଛି । ଏଥିସହ କିୱ୍‌ି ଦଳ ଟୁ୍‌ର୍ଣ୍ଣାମେଣ୍ଟରେ ବିଜୟର ହ୍ୟାଟ୍ରିକ୍ ପୂରଣ କରିଛି । ପଏଣ୍ଟ ଟେବୁଲର ଶୀର୍ଷକୁ ବି ଫେରିିଛି ନ୍ୟୁଜିଲାଣ୍ଡ୍ । ଅନ୍ୟପକ୍ଷରେ ବାଂଲାଦେଶର ଏହା ଲଗାତାର ଦ୍ୱିତୀୟ ପରାଜୟ ।

ବାଂଲାଦେଶ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବାବେଳେ ୯ ୱିକେଟ୍ ହରାଇ ୨୪୫ ରନ୍ କରିଥିଲା । ଦଳ ପକ୍ଷରୁ ମୁସଫିକର ରହିମ୍ ସର୍ବାଧିକ ୬୬ ରନ୍ କରିିଥିବା ବେଳେ ମହମ୍ମୁଦୁଲ୍ଳା ଅପରାଜିତ ୪୧ ଓ କ୍ୟାପଟେନ୍ ସାକିବ୍ ଅଲ୍ ହସନ୍ ୪୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁୁସନ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ୍ ହେନ୍‌ରୀ ୨ଟି ଲେଖାଏଁ ୱିକେଟ୍ ହାତେଇଥିଲେ ।

ବାଂଲାଦେଶ ପ୍ରଦତ୍ତ୨୪୬ ରନର ବିଜୟଲକ୍ଷ୍ୟ ଜବାବରେ ଶୀଘ୍ର ରଚିନ୍ ରବୀନ୍ଦ୍ରଙ୍କ ୱିକେଟ୍ ହରାଇଥିଲା । ହେଲେ ଆହତରୁ ମୁକୁଳି ଚଳିତ ବିଶ୍ୱକପରେ ନିଜ ପ୍ରଥମ ମ୍ୟାଚ୍ ଖେଳୁଥିବା କ୍ୟାପଟେନ୍ କେନ୍ ୱିଲିୟମସନ ଏବଂ ଡାରିଲ ମିଚେଲଙ୍କ ଅର୍ଦ୍ଧଶତକ ସହାୟତାରେ ନ୍ୟୁଜିଲାଣ୍ଡ ୪୨.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ୱିିଲିୟମସନ ୧୦୭ ବଲ୍‌ରେ ୮ଟି ଚୌକା ଓ ଗୋଟିଏ ଛକା ସହ ୭୮ ରନ୍ କରି ରିଟାୟର ହର୍ଟ ହୋଇଥିଲେ । ମିଚେଲ ୬୭ଟି ବଲ୍‌ରେ ୬ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୮୯ ରନ୍ କରିଥିଲେ । ଓପନର ଡେଭନ୍ କନୱେ ୪୫ ରନ୍ କରିଥିଲେ ।

Comments are closed.