ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର -ରାଜଧାନୀର ୫ ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଅବକାରୀ ବିଭାଗ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦୀପାଳି ବାରକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏ ସବୁ ବାରରେ ନିୟମ ଉଲ୍ଲଙ୍ଘନ କରିଥିବା ପ୍ରମାଣ ପାଇଛି ଅବକାରୀ ବିଭାଗ । ଏବେ ନାଇଟ କ୍ଳବ୍, ପବ୍ ଉପରେ ଜୋରଦାର ଚଢାଉ ହେବ। ଆଇନ୍ ଉଲ୍ଲଙ୍ଘନ କରୁଥିଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଆବଶ୍ୟକ ସ୍ଥଳେ ଲାଇସେନ୍ସ ରଦ୍ଦ କରାଯିବ। ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ବାର ଓ ପବରେ ଚଢ଼ାଉ କରାଯାଇଛି । ବେଆଇନ ଭାବେ ରାତିତମାମ ଚାଲୁଥିବା ବାର ଓ ପବ୍ ରେ ଚଢ଼ାଉ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୂଜା ଆସୁଥିବାବେଳେ କମିଶନରେଟ ପୋଲିସ ଆକ୍ସନ ମୋଡ୍ ରେ ଆସିଛି । ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରୁଛି କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍। ଳ କଟକ ରୋଡ୍, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ପଟିଆ ଇନଫୋସିଟିରେ ଥିବା ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢ଼ଉ କରାଯାଇଛି। ରାତି ସାଢ଼େ ଗୋଟାଏ ଯାଏ ଅନୁମତି ଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏସବୁ ରୋକିବାକୁ କମିଶନରେଟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି।

Comments are closed.