ସୁନ୍ଦରଗଡ଼ କୋଇଡା ରେଞ୍ଜରେ ଆଉ ଏକ ହାତୀର ମୃତ୍ୟୁ

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାରମସାହିରେ ମିଳିଛି ଏକ ଦନ୍ତାହାତୀର ମୃତଦେହ। ହାତୀଟି କେମିତି ମଲା, ତାହା ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ମଧ୍ୟ ଠିକ୍ ଏହି ସମାନ ସ୍ଥାନରେ ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା ।

Comments are closed.