ଆରପାରିରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀ 

ଭୁବନେଶ୍ୱର – ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଓ ବିଶିଷ୍ଟ କବୟିତ୍ରୀ ବିନୋଦିନୀ ଦେବୀଙ୍କର ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ଆଖି ବୁଜିଛନ୍ତି ବିନୋଦିନୀ। ୧୯୬୫ ମସିହାର ଚଳଚ୍ଚିତ୍ର ମଲାଜହ୍ନ ପାଇଁଁ ଗୀତ ଲେଖିଥିଲେ ବିନୋଦିନୀ ଦେବୀ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅକ୍ଷୟ ମହାନ୍ତି। ତଅପୋଇ, ଅସ୍ତରାଗ, ମୁଁ ତୁମେ ଓ ସେ, ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ପାଇଁ ବି ଗୀତ ଲେଖିଥିଲେ ବିନୋଦିନୀ ଦେବୀ। ତାଙ୍କର ଅନେକ ଶିଶୁ କବିତା ଓ ଗୀତି କବିତା ସଂକଳନ ମଧ୍ୟ ପ୍ରକାଶିତ ହୋଇଛି ।

Comments are closed.