ଆଜିଠୁ ଶିମିଳିପାଳରେ ବାଘ ଗଣନା

ବାରିପଦା -ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦାରେ ମଧ୍ୟ ବାଘ ଗଣନା କରାଯିବ। ତିନିଟି ପର୍ଯ୍ୟାୟରେ ବାଘ ଗଣନା ହେବ ।ଆଜିଠୁ ୨୦ ତାରିଖ ଯାଏଁ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜିଟ ଏବଂ ନଭେମ୍ବର ୧ରୁ ୨୫ ଯାଏଁ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ବନ କର୍ମଚାରୀମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ। ବାଘର ରାମ୍ପୁଡା, ପାଦ ଚିହ୍ନ, ମଳ ଓ କେଉଁରାସ୍ତାରେ କେଉଁ ବନ୍ୟଜନ୍ତୁ ଯାଆସ କରୁଛନ୍ତି , ସେ ନେଇ ତଥ୍ୟ ସଂଗ୍ରହ କରାଯିବ ।

Comments are closed.