କନିଷ୍ଠ ଯନ୍ତ୍ରୀଙ୍କଠାରୁ ମିଳିଲା ବିପୁଳ ସମ୍ପତ୍ତି

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ ପରେ ଅନୁଗୁଳ ଜିଲ୍ଲା ପାଲଲହଡ଼ାର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ବିପୁଳ ସମ୍ପତ୍ତି ଠାବ ହେବାରେ ଲାଗିଛି। ଚଢ଼ାଉ ପରେ ତାଙ୍କ ଘରୁ ନଗଦ ୩.୨୧ ଲକ୍ଷ ଟଙ୍କା, ୫୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍ ଏବଂ ବୀମା ଜମା ଠାବ କରିଛି ଭିଜିଲାନ୍ସ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଲଲହଡ଼ା ବିଇଓ ଅଫିସ୍ ର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ବିଭିନ୍ନ ଠିକଣାରେ ଆଜି ସକାଳୁ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ । ପ୍ରସନ୍ନ କୁମାର ପାଣି ପାଲଲହଡ଼ା ବିଇଓ ଅଫିସରେ ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ। ପ୍ରସନ୍ନଙ୍କ ଘର ଓ କାର୍ଯ୍ୟାଳୟ ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ।

ପ୍ରସନ୍ନଙ୍କ ପାଲଲହଡ଼ା ବିଇଓ ଅଫିସ, ଉଦୟ ବିହାରରେ ଥିବା ଭଡ଼ା ଘର, ରାଜଧାନୀର ସୁନ୍ଦରପଦାରେ ୩୬୭ ଓ ୬୬୬ ନମ୍ବର ପ୍ଲଟରେ ଥିବା ଦୁଇଟି ତିନି ମହଲା କୋଠା ଘର, ସୁନ୍ଦରପଦାର ଫ୍ରେଣ୍ଡସ୍ କ୍ଲବ୍ ନିକଟରେ ଥିବା ତିନି ମହଲା ଘର, ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍।

Comments are closed.