ବଡ଼ ଧରଣର ଠକେଇ ମାମଲାରେ ରାଞ୍ଚିରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁ‌ବନେଶ୍ବର – ଛାତ୍ରବୃତ୍ତି ଠକେଇ ଓ ସୋଲାର ଯନ୍ତ୍ରାଂଶ ଠକେଇ ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା- ଇଓଡବ୍ଲୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ନିଶାନ୍ତ ପ୍ରକାଶ ଜୟସ୍ବାଲ ଓ ଅମର ଦାନିଶ। ଉଭୟ ଅଭିଯୁକ୍ତ ବାସ୍ତବ ଇଣ୍ଡିଆ ଟ୍ରଷ୍ଟର ଓଡ଼ିଶା ଶାଖା ପାଇଁ ଫିଲ୍ଡ ଅଫିସର ଓ ପ୍ରକଳ୍ପ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି। ଗତବର୍ଷ ନଭେମ୍ବର ୩୦ରେ ଦାଖଲ ଏତଲା କ୍ରମେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ନିଶାନ୍ତ ଓ ଅମରଙ୍କୁ ଇଓଡବ୍ଲୁ ଗିରଫ କଲା ପରେ ରାଞ୍ଚିର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଛି। ଏହା ପରେ ଭୁବନେଶ୍ବରକୁ ୪୩ ଘଣ୍ଟା ପାଇଁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଅଭିଯୁକ୍ତମାନଙ୍କୁ ଆଜି କଟକସ୍ଥିତ ଓପିଆଇଡି କୋର୍ଟରେ ହାଜର କରାଯିବ।

Comments are closed.