ପଶ୍ଚିମବଙ୍ଗରେ ସଡ଼କ ଦୁର୍ଘଟଣାରେ ଭଞ୍ଜନଗରର ୨ ବ୍ୟକ୍ତିଙ୍କ ମୃତ୍ୟୁ, ୫ ଆହତ

ବାଲେଶ୍ଵର – ପଶ୍ଚିମବଙ୍ଗରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି। ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। କାରଟି ଭଞ୍ଜନଗରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ନାରାୟଣଗଡ଼ରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଏଥିରେ କାରରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଜଣେ ମୃତକଙ୍କ ପରିଚୟ ମିଳିଛି । ତାଙ୍କ ନାଁ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡିଛି। ଅନ୍ୟମାନଙ୍କ ପରିଚୟ ଜଣାପଡ଼ିନାହିଁ।
ଗୁରୁତର ଆହତମାନଙ୍କୁ ମେଦିନୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଭଞ୍ଜନଗରରୁ ପଶ୍ଚିମବଙ୍ଗର ରାଣୀଗଞ୍ଜ ଯାଉଥିଲା କାର୍‌ ।

Comments are closed.