ହାତୀ ଛୁଆ ମୃତ

କେନ୍ଦୁଝର – ଚିକିତ୍ସାଧୀନ ମାଈ ହାତୀ ଛୁଆର ମୃତ୍ୟୁ। କେନ୍ଦୁଝର ବନଖଣ୍ଡ ଭୂଇଁୟା ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅଧୀନ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଏକ ଗାତରେ ପଡି ଗୁରୁତର ଆହତ ହୋଇଥିବା ମାଈ ହାତୀ ଛୁଆର ମୃତ୍ୟୁ ହୋଇଛି। ହାତୀ ଛୁଆଟିର ବୟସ ଦୁଇ ବର୍ଷ ଥିଲା ।

ଜଙ୍ଗଲରେ ବୁଲୁଥିବା ୧୨ ଟିକିଆ ହାତୀ ପଲ ମଧ୍ୟରେ ୬ ଛୁଆ ଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ବନବିଭାଗ ପକ୍ଷରୁ ବର୍ଷା ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ିଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ତାକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା କରିଥିଲେ। ଆଜି ସେହି ହାତୀର ମୃତ୍ୟୁ ହୋଇଯାଇଛି ।

Comments are closed.