ସମ୍ଭାବ୍ୟ ବାତ୍ୟା ଦ୍ୱାରା ବିଶେଷ ପ୍ରଭାବିତ ହେବନି ଓଡ଼ିଶା, ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବା ସମ୍ଭାବନା

ଭୁବନେଶ୍ୱର – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।ପାରାଦୀପଠାରୁ ୩୬୦ କିମି ଦୂରରେ ଅଛି ସମ୍ଭାବ୍ୟ ବାତ୍ୟା ‘ହାମୁନ’ ।

ବର୍ତ୍ତମାନ ଘଣ୍ଟାକୁ ୧୩ କିମି ବେଗରେ ଗତି କରୁଛି ଗଭୀର ଅବପାତ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେବଳ ୨୪ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ।
୨୫ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ ବୋଲି ସୂଚନା ମିଳିଛି।

ଗଭୀର ଅବପାତ ବାତ୍ୟାର ରୂପ ନେବାର ସମ୍ଭାବନା ଥିବା ବେଳେ ତା’ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଜି ହାଲୁକା ବର୍ଷା ହୋଇଛି। ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ପୁରୀ, ଚାନ୍ଦବାଲି ଓ ପାରାଦୀପରେ ହାଲୁକା ବର୍ଷା ହୋଇଛି।

Comments are closed.