ବାଘ୍ ବକ୍ରି ଚା’ କମ୍ପାନୀ ମାଲିକଙ୍କ ମାତ୍ର ୪୯ ବର୍ଷ ବୟସରେ ପରଲୋକ , ବୁଲା କୁକୁରଙ୍କୁ ଘଉଡାଇବା ବେଳେ ଖସିଯାଇଥିଲା ଗୋଡ

ଅହମ୍ମଦାବାଦ – ବାଘ୍ ବକ୍ରି ଚା’ ଗ୍ରୁପର ମାଲିକ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କର ପରଲୋକ ହୋଇଯାଇଛି। ମାତ୍ର ୪୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ପରାଗ । ମସ୍ତିଷ୍କରେ ରକ୍ତସ୍ରାବ ଯୋଗୁଁ ସେ କିଛି ଦିନ ହେବ ଭେଣ୍ଟିଲେଟର୍‌ରେ ଥିଲେ ।

ଅକ୍ଟୋବର ୧୫ ତାରିଖରେ ବୁଲା କୁକୁରମାନଙ୍କୁ ଘଉଡ଼ାଉଥିବା ବେଳେ ସେ ବାସଭବନ ବାହାରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ସେଲ୍‌ବି ହସ୍ପିଟାଲ୍‌କୁ ନିଆଯାଇଥିଲା।

Comments are closed.