କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀଙ୍କ ପରଲୋକ

ନୂଆଦିଲ୍ଲୀ – ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ସତୁରୀ ଦଶକରେ ଶ୍ରେଷ୍ଠ ସ୍ପିନର ଭାବେ ଜଣାଶୁଣା ବିଶନ ସିଂହ ବେଦୀ ଆଉ ନାହାନ୍ତି । ୭୭ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ମହାନ କ୍ରିକେଟର। ୧୯୬୭ରୁ ୧୯୭୯ ମଧ୍ୟରେ ବିଶନ ସିଂହ ବେଦୀ ଭାରତ ପକ୍ଷରୁ ୬୭ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ମୋଟ ୨୬୬ଟି ଟେଷ୍ଟ ୱିକେଟ ଅକ୍ତିଆର କରିଥିଲେ । ସେ ମଧ୍ୟ ୧୦ଟି ଏକଦିବସୀୟ ମ୍ୟାଚ ଖେଳିଥିଲେ। ସତୁରୀ ଦଶକରେ ଭାରତର ସ୍ପିନ ବୋଲିଂ ତୂଣୀରରେ ବେଦୀ ଥିଲେ ଅନ୍ୟତମ ଅସ୍ତ୍ର । ବେଦୀ, ବି.ଏସ ଚନ୍ଦ୍ରଶେଖର, ଏରାପଲ୍ଲୀ ପ୍ରସନ୍ନା ଓ ଏସ. ଭେଙ୍କଟ ରାଘବନଙ୍କୁ ନେଇ ଭାରତର ସ୍ପିନ ଆକ୍ରମଣ ବେଶ୍ ସଫଳ ଥିଲା । ଅମୃତସରରେ ଜନ୍ମିତ ବେଦୀ ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ୩୭୦ ପ୍ରଥମ ଶ୍ରେଣୀ ମ୍ୟାଚରୁ ବେଦୀ ୧ ହଜାର ୫୬୦ ୱିକେଟ ନେଇଛନ୍ତି, ଯାହା କି ଏକ ରେକର୍ଡ।

Comments are closed.